ଭୁବନେଶ୍ୱର ୭/୧୦: ରାଜଧାନୀ ବଜାରରେ ଖାଇବା ତେଲ ଦର ବଢି ବଢି ଚାଲିଛି । ସୋରିଷ ତେଲ ଦର ୧୪୦ରୁ ନେଇ  ଏବେ ୧୮୦ଟଙ୍କା ଛୁଇଁଲାଣି । ରିଫାଇନ ତେଲ ଦର  ୯୦ରୁ ନେଇ ଏବେ ୧୪୦ ଛୁଇଁବାକୁ ବସିଲାଣି ।  ଯାହାକୁ ନେଇ ସାଧାରଣ ଖାଉଟି ଚିନ୍ତାରେ  ପଡ଼ିଛନ୍ତି । ବିଶେଷକରି ଶ୍ରମିକ, ଦିନ ମଜୁରିଆ  ଶ୍ରେଣୀର ଲୋକେ ଅଧିକ ହଇରାଣ ହେଉଛନ୍ତି ।  ଏପଟେ ଯେଉଁ ବେପାରୀମାନେ ପୁରୁଣା ଦରରେ  ସୋରିଷ, ରିଫାଇନ୍‌ ତେଲ ମହଜୁଦ ରଖିଥିଲେ ସେମାନେ ଏବେ ଦର ବଢ଼ାଇ ବିକ୍ରି କରୁଛନ୍ତି  ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପାର୍ବଣ ସମୟରେ ନିତ୍ୟ  ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି କେତେ ଦୂର ଯୁକ୍ତିଯୁକ୍ତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି  ହୋଇଛି । ଯୋଗାଣ ବିଭାଗ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି । ରାଜ୍ୟ ବ୍ୟବସାୟୀ  ମହାସଂଘ ସଚିବ ସୁଧାକର ପଣ୍ଡା କହିଛନ୍ତି, ପ୍ରତି ଦିନ ଦର ଟଙ୍କାଏ, ଦୁଇ ଟଙ୍କା ବଢୁଛି।